ଭାଙ୍ଗିଲା ନକଲି ବୃଦ୍ଧଙ୍କ ଆମେରିକା ସ୍ବପ୍ନ

ବୟସ ୩୨ କିନ୍ତୁ ବେଶ ଭୁଷା ଥିଲା ୮୧ ବର୍ଷର | ନକଲି ଧଳା ଦାଢ଼ି ଏବଂ ନିଶରେ ନିଜକୁ ସଜେଇ
ସେ ପହଂଚି ଯାଇଥିଲେ ବିମାନ ବନ୍ଦରରେ | ବସିଥିଲେ ପୁଣି ହୁଇଲଚେୟାର ରେ | ମୁଣ୍ଡରେ ଥିଲା ବଡ ପଗଡି | ଦିଲ୍ଲୀ ବିମାନ ବନ୍ଦରରୁ ନିଉୟର୍କ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ ଏହି ନକଲି ବୃଦ୍ଧ | ତେବେ ତାଙ୍କର ସବୁ ଯୋଜନା ଫସର ଫାଟିଗଲା | ସିଆଇଏସଏଫ ଅଧିକାରୀଙ୍କ ହାତରେ ଧରା ପଡିଗଲେ |

ଧରା ପଡ଼ିବା ପରେ ପଦାକୁ ଆସିଛି ତାଙ୍କ କାରନାମା | ଗୁଜୁରାଟ ଅହମଦାବାଦର ଜୟଶ ପଟେଲ ନାମକ ଯୁବକ ନିଜର ନକଲି ପାସପୋର୍ଟ ବନାଇ ନିଜକୁ ଅମରୀକ ସିଂ ର ପରିଚୟ ଦେଇ ଗେଟ ପାସ ସହିତ ସୁରକ୍ଷା ଯାଞ୍ଚ ମଧ୍ୟ କରିସାରିଥିଲେ | ସେ ଆମେରିକା ଯାଇ ସେଠାରେ ଚାକିରୀ ଖୋଜିବାର ଯୋଜନାରେ ଥିଲେ | ତେବେ ତାଙ୍କର ଆମେରିକା ଯିବା ସ୍ବପ୍ନ ଭାଙ୍ଗିଗଲା | ଯେତେବେଳେ ତାଙ୍କୁ ସୁରକ୍ଷା ଅଧିକାରୀ ଧରି ନେଇଥିଲେ |

ସେ ସୁରକ୍ଷା ଯାଞ୍ଚ କରାଇସାରିଥିଲେ ମଧ୍ୟ ତାଙ୍କ ହାବଭାବ ସନ୍ଦେହଜନକ ଥିଲା | ତେଣୁ ତାଙ୍କୁ ଗିରଫ କରାଗଲା ବୋଲି ସିଆଇଏସଏଫ ପକ୍ଷରୁ ସୂଚନା ଦିଆଯାଇଛି |